କରୋନା ଅନୁଭୂତିରୁ ପଦେ
ସେ ଏକ ରାକ୍ଷସୀ ଜୀବାଣୁ, ‘ଉହାନ’
ସହରେ ସୃଷ୍ଟି ତାହାର,
କଣ୍ଟାକୃତି ରୂପେ ହ୍ରୁଦୟକୁ ଭେଦି
କରେ ସେ ନରସଂହାର ।
‘ମୁହିଁ ହତ୍ୟାକାରୀ, ମୁଁ ବିନାଶକାରୀ’,
କୁହେ ସେ ରାକ୍ଷସୀ ରାଣୀ
ରଚାଉଛି ତା’ର ଲୀଳା ଏ ଜଗତେ,
କୋପେ କାହିଁକି କେଜାଣି ।
ପ୍ରଥମ ଲହରେ କେତେ ମୁଣ୍ଡ ଗଲା,
ଦ୍ଵିତୀୟରେ ତହୁଁ ବଳି
ଲହରେ ନଯାଉଁ ଆରେକ ଆସୁଛି,
ଅନ୍ତ ତା’ର ନୋହେ କଳି।
ଗାଁ’ଠୁ ସହର, ଧନୀଠୁ ଗରିବ
ଦୁର୍ବଳୁଁ ସବଳ ଯାଏ
ଶିଶୁଠାରୁ ବୃଦ୍ଧ ପିନ୍ଧନ୍ତି ସମସ୍ତେ
ତୁଣ୍ଡି, ମୁଖପଟି ଭୟେ ।
ତାଲାବନ୍ଦୀ ତଥା ଗୃହବନ୍ଦୀ ଆଉ
ଯେତେକ ପ୍ରତିବନ୍ଧକ,
ଅଜାଡ଼ି ଦେଲେହେଁ ଅମାନିଆଙ୍କର
ତିଳେମାତ୍ର ନାହିଁ ଧକ ।
ସ୍ୱାସ୍ଥ୍ୟକର୍ମୀ ଠାରୁ ଡାକ୍ତରଙ୍କ ଯାଏ
ଯେତେକ କରୋନା ଯୋଦ୍ଧା,
ଲଢ଼ି ଚାଲିଛନ୍ତି ଏ ମହାସମରେ
ତିଳେହେଁ ନକରି ଦ୍ଵିଧା ।
ଧନ୍ୟବାଦ ଆହେ କରୋନା ଯୋଦ୍ଧାଏ
କୋଟି କୋଟି ଦଣ୍ଡବତ
ମାନବର ହିତେ ବଳିଦାନ ତୁମ୍ଭ
ହେଉ ଜଗତେ ବିଦିତ ।
ମୋଦୀ ଜୀ’ ତଥା ନବୀନ ବାବୁ ବା
ଯେତେ ମୁଖ୍ୟମନ୍ତ୍ରୀଗଣ,
ସଭିଙ୍କ ଉଦ୍ୟମ ରାମବାଣ ହେଉ
ହେଉ ରାକ୍ଷସୀ ମରଣ ।
ତ୍ରାହି ଜଗନ୍ନାଥ ତ୍ରାହି ଯୀଶୁଖ୍ରୀଷ୍ଟ
ତ୍ରାହିକର ପ୍ରଭୁ ଅଲି,
ରକ୍ଷାକର ପ୍ରଭୁ ଏ ମହାବିପଦୁଁ
ନହେଉ ଜଗତ ଖାଲି ।
ବିନମ୍ର ବିନତି ଜନତାଙ୍କୁ ଆମ୍ଭ
ସାମାଜିକ ଦୂର ପାଇଁ,
ସଚେତନ ହେଲେ, ପ୍ରଶ୍ରୟ ନଦେଲେ
କରୋନା ଯିବ ପଳାଇ ।
© Dr.
P. K. Mishra – Subarnapur, Odisha – May, 11, 2021
Amazing, meticulously covering each aspect in a lyrical manner. Nice piece sir.🙂
ReplyDeleteThank you
DeleteThanku pradeep.nice one in this condition.prayer is only solution
DeletePrayers coming your way.all the best sir.
ReplyDeleteThank you
DeleteSir, you are really awesome. You are multi talented, you can compose music, can write poems in English, Hindi and Odia, can teach English, Maths, Science. May the Lord bless you with good health and a very prosperous life.
ReplyDeleteBeautiful lines Sir
ReplyDeleteGood morning sir
ReplyDelete👌👌👏👍
Waoooo,very nice sir.💜👏👍👌
ReplyDeleteThank you Sir for sharing your melancholic and systematic thoughts and writings!
ReplyDeleteVery true sir.
ReplyDeleteA great interpretation of todays reality.
Thank you for sharing.
Best one sir really u describe it very clearly..thank u sir
ReplyDeleteSir, really it's the true fact of this pandemic situation and u have described it very clearly.Thank u sir 🙏
ReplyDeleteWonderful poem sir.
ReplyDeleteWonderfully written sir! each and word is so true,Thank you, sir 🙏
ReplyDeleteGood evening sir🙏
ReplyDeleteWonderfully written! Each and every word is so true, thank you so much for sharing this wonderful poem🙏
May bless you..😊